ଜଣେ ଐତିହାସିକ ଅତୀତ ବିଷୟରେ ଲେଖିବା, ଅଧ୍ୟୟନ କରିବା ସହ ଏହା ଉପରେ ଅଧିକ ରୁ ଅଧିକ ଏକ କର୍ତ୍ତୃପକ୍ଷ ଭାବରେ ବିଶ୍ଳେଷଣ କରନ୍ତି ।
ପ୍ରାଚୀ ଦେଶପାଣ୍ଡେ ଜଣେ ଭାରତୀୟ ଐତିହାସିକ ଏବଂ କଲିକତାର ସେଣ୍ଟର ଫର ଷ୍ଟଡିଜ୍ ଇନ୍ ସୋସିଆଲ ସାଇନ୍ସରେ ଇତିହାସରେ ଆସୋସିଏଟ୍ ପ୍ରଫେସର । ସେ ଫର୍ଗୁସନ କଲେଜରୁ ସ୍ନାତକ ଓ ଜେଏନୟୁରୁ ସ୍ନାତକୋତ୍ତର କରିଥିଲେ । ସେ ଆମେରିକାରୁ ପିଏଚ୍ଡି ଶେଷ କରିଥିଲେ। କିଛି ବର୍ଷ ଆମେରିକାରେ କାମ କରିବା ପରେ ସେ କୋଲକାତାର ସେଣ୍ଟର ଫର ଷ୍ଟଡିଜ୍ ଇନ୍ ସୋସିଆଲ ସାଇନ୍ସରେ ଯୋଗ ଦେବା ପାଇଁ ଭାରତ ଫେରିଆସିଥିଲେ । ସେ ପଶ୍ଚିମ ଭାରତର ଇତିହାସରେ ସ୍ୱତନ୍ତ୍ର ପୁସ୍ତକ ରଚନା କରିଛନ୍ତି । ତାଙ୍କ କାମ ପାଇଁ ତାଙ୍କୁ ୨୦୨୦ରେ ଇନଫୋସିସ୍ ପୁରସ୍କାର ମିଳିଥିଲା।