ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

କୃଷି ରେ

ବୃତ୍ତି

ଦୁଗ୍ଧ ବୈଷୟିକ ବିଜ୍ଞାନୀ


ଦୁଗ୍ଧ ବୈଷୟିକ ବିଜ୍ଞାନୀ

NCS CODE: 2141.1900 | E010

ଜଣେ ଦୁଗ୍ଧ ବିଜ୍ଞାନୀ ମୂଳତଃ ଜଣେ ବୈଜ୍ଞାନିକ । ଜଣେ ଦୁଗ୍ଧ ବିଜ୍ଞାନୀ ଭାବରେ ଆପଣଙ୍କର କାମ ହେଉଛି ଦୁଗ୍ଧ ପ୍ରକ୍ରିୟାକରଣର ବୈଷୟିକ ଦିଗଉପରେ ଦୃଷ୍ଟି ଦେବା । ଦୈନିକ ଉତ୍ପାଦିତ ହେଉଥିବା କ୍ଷୀର ଏବଂ ଦୁଗ୍ଧ ଜାତ ଦ୍ରବ୍ୟର ଗୁଣବତ୍ତା ପାଇଁ ଆପଣ ଦାୟୀ ରହିବେ । ଗୁଣବତ୍ତା ନିୟନ୍ତ୍ରଣ ଆପଣଙ୍କ ଚାକିରିର ଏକ ପ୍ରମୁଖ ଦିଗ ହେବ ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଦକ୍ଷତା
  • ବିବରଣୀ ପ୍ରତି ଧ୍ୟାନ
  • ସୃଜନଶୀଳ ଚିନ୍ତାଧାରା
  • ଦଳଗତ କାର୍ଯ୍ୟ
  • ନିଷ୍ପତ୍ତି ନେବା
  • ସମସ୍ୟା ର ସମାଧାନ
ସଫଳତାର କାହାଣୀ

ଡକ୍ଟର୍ ଭର୍ଗିସ୍ କୁରିଆନ୍

ଡକ୍ଟର୍ ଭର୍ଗିସ୍ କୁରିଆନ୍ ୧୯୬୫ରୁ ୧୯୯୮ ପର୍ଯ୍ୟନ୍ତ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ। ସେ ହେଉଛନ୍ତି ଭାରତର ଶ୍ୱେତ ବିପ୍ଳବର ସ୍ଥାପକ, ଯାହା ଭାରତକୁ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦକ ଭାବରେ ଉଭା ହେବାରେ ସାହାଯ୍ୟ କରିଥିଲା । ୬୦ ଦଶକର ଶେଷ ଭାଗରେ ଡକ୍ଟର କୁରିଆନ୍ ଅପରେସନ୍ ଫ୍ଲଡ୍ ନାମକ ଏକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ସେ ରାମନ ମ୍ୟାଗ୍ସେସେ ପୁରସ୍କାର (୧୯୬୪), ପଦ୍ମଶ୍ରୀ (୧୯୬୫), ପଦ୍ମଭୂଷଣ (୧୯୬୬) ବିଶ୍ୱ ଖାଦ୍ୟ ପୁରସ୍କାର (୧୯୮୯), ଅର୍ଡର ଅଫ୍ ଏଗ୍ରିକଲଚରାଲ ମେରିଟ୍ (୧୯୯୭) ଏବଂ ପଦ୍ମବିଭୂଷଣ (୧୯୯୯) ପୁରସ୍କାର ପାଇଥିଲେ


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ