NCS CODE: 2133.0100 | SC020
ପରିବେଶ ବିଜ୍ଞାନୀମାନେ ଉଦ୍ଭିଦ, ଜୀବଜନ୍ତୁ ଏବଂ ସେମାନଙ୍କ ପରିବେଶ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ବିଷୟରେ ଗବେଷଣା କରନ୍ତି । ସାଧାରଣତଃ ପରିବେଶ ବିଜ୍ଞାନୀମାନେ ସାମୁଦ୍ରିକ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳ ଭଳି ଭିନ୍ନ ଭିନ୍ନ ପରିବେଶର ବିଶେଷଜ୍ଞ ଅଟନ୍ତି। ସେଠାରେ ଥିବା ନିର୍ଦ୍ଦିଷ୍ଟ ପ୍ରଜାତିର ପ୍ରାଣୀ କିମ୍ବା ଉଦ୍ଭିଦ ଉପରେ ଗବେଷଣା କରନ୍ତି ।
କାର୍ତ୍ତିକ ଶଙ୍କର ଜଣେ ପରିବେଶ ବିଜ୍ଞାନୀ ଏବଂ ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ପ୍ରଫେସର୍ । ସେ "ସୁପ୍ ଟୁ ସୁପରଷ୍ଟାର୍ " ପୁସ୍ତକ ରଚନା କରିଛନ୍ତି ଯେଉଁଥିରେ ଭାରତୀୟ ଉପକୂଳରେ ସାମୁଦ୍ରିକ କଇଁଛ ସଂରକ୍ଷଣର କାହାଣୀ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ସେ ମାଡ୍ରାସ ଖ୍ରୀଷ୍ଟିଆନ୍ କଲେଜ୍ ଏବଂ ମାଡ୍ରାସ୍ ବିଶ୍ୱବିଦ୍ୟାଳୟରୁ ପ୍ରାଣୀବିଜ୍ଞାନରେ ଯଥାକ୍ରମେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଛୋଟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଉପରେ ଆଇଆଇଏସ୍ ସିରେ ପିଏଚ୍ ଡି ଶେଷ କରିଥିଲେ ।