NCS CODE: NA | GV014
ଲୋକୋ ପାଇଲଟ ଟ୍ରେନ୍ ଚଳାଇବା ସହ ଟ୍ରେନର ଯାତ୍ରା ସମୟରେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିଥାନ୍ତି । ଜଣେ ଲୋକୋ ପାଇଲଟ ରେଲବାଇ ନିର୍ଦ୍ଦେଶାବଳୀ, ନୀତି ଓ ନିୟମ ଅନୁସରଣ କରନ୍ତି ।
ସୁରେଖା ଶଙ୍କର ଯାଦବ, ସୁରେଖା ରାମଚନ୍ଦ୍ର ଭୋସଲେ ନାମରେ ମଧ୍ୟ ପରିଚିତ। ସେ ୨ ସେପ୍ଟେମ୍ବର, ୧୯୬୫ରେ ଜନ୍ମଗ୍ରହଣ କରିଥିଲେ, ଭାରତୀୟ ରେଳବାଇର ସବୁଠାରୁ ବରିଷ୍ଠ ମହିଳା ଲୋକୋ ପାଇଲଟ୍ (ଟ୍ରେନ୍ ଡ୍ରାଇଭର୍) ଅଟନ୍ତି । ୧୯୮୮ମସିହାରେ ସେ ଭାରତର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର ଭାବେ ଇତିହାସ ରଚିଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୦ ଏପ୍ରିଲରେ ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ୪ଟି ମେଟ୍ରୋ ସହରର ଆରମ୍ଭ କରିବା ପରେ ସେ କେନ୍ଦ୍ରୀୟ ରେଳବାଇ ପାଇଁ ପ୍ରଥମ 'ଲେଡିଜ୍ ସ୍ପେଶାଲ୍' ଲୋକାଲ ଟ୍ରେନ୍ ଚଳାଉଥିଲେ। ୨୦୧୦ରେ ସେ ସିନିୟର ଲୋକୋ ପାଇଲଟ ଭାବେ ପଦୋନ୍ନତି ପାଇଥିଲେ । ତାଙ୍କ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ମାର୍ଚ୍ଚ ୮, ୨୦୧୧, ଅନ୍ତର୍ଜାତୀୟ ମହିଳା ଦିବସରେ ଘଟିଥିଲା, ଯେତେବେଳେ ସେ ପୁଣେରୁ ସିଏସଟି ପର୍ଯ୍ୟନ୍ତ ଡେକାନ କୁଇନ୍ ପରିଚାଳନା କରିବାରେ ଏସିଆର ପ୍ରଥମ ମହିଳା ଟ୍ରେନ ଡ୍ରାଇଭର ହୋଇଥିଲେ ।
ଆର୍ ଆର୍ ବି ଏଏଲ୍ ସି – ରେଲୱେ ରିକୃଟମେଣ୍ଟ୍ ବୋର୍ଡ ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟ୍