NCS CODE: 2632.0900 | SS022
ମାନବବିଜ୍ଞାନୀମାନେ ବିଭିନ୍ନ କୌଶଳ ମାଧ୍ୟମରେ ଅତୀତ ଏବଂ ବର୍ତ୍ତମାନର ମାନବ ସମ୍ପ୍ରଦାୟର ବୈଶିଷ୍ଟ୍ୟ ଅଧ୍ୟୟନ କରନ୍ତି ।
ଡଃ. ମଧୁମାଲା ଚଟ୍ଟୋପାଧ୍ୟାୟ ଜଣେ ଭାରତୀୟ ମାନବବିଜ୍ଞାନୀ ଯିଏ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅନୁସୂଚିତ ଜନଜାତିମାନଙ୍କର ବିଶେଷଜ୍ଞ ଅଟନ୍ତି । ୧୯୯୧ ରେ ଚଟ୍ଟୋପାଧ୍ୟାୟ ଏବଂ ତାଙ୍କର ସହଯୋଗୀମାନେ ପ୍ରଥମେ ସେଣ୍ଟିନେଲିଜ୍ ଲୋକଙ୍କ ସହିତ ଶାନ୍ତିପୂର୍ଣ୍ଣ ଯୋଗାଯୋଗ କରିଥିଲେ । ପାଠ ପଢ଼ିବା ପରେ ସେ ଭାରତୀୟ ମାନବବିଜ୍ଞାନ ସର୍ବେକ୍ଷଣ (ଏଏନ୍ଏସ୍ଆଇ)ରେ ଗବେଷକ ଓ ପରେ ବରିଷ୍ଠ ଗବେଷକ ଭାବେ ଯୋଗ ଦେଇଥିଲେ।