ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ମେଡ଼ିକାଲ୍ ରେ

ବୃତ୍ତି

ନର୍ସ


ନର୍ସ

NCS CODE: 3221.0100 | HW001

ନର୍ସ ହେଉଛନ୍ତି ଜଣେ ଲାଇସେନ୍ସପ୍ରାପ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବ୍ୟକ୍ତି  ଯିଏ ଅସୁସ୍ଥ କିମ୍ବା ଦୁର୍ବଳ ଓ ଅସହାୟ ବ୍ୟକ୍ତିଙ୍କ ଯତ୍ନ ନେବା ସହ ସ୍ଵାଧୀନ  ଭାବରେ କିମ୍ବା ଜଣେ ଚିକିତ୍ସକ,  କିମ୍ବା ସର୍ଜନଙ୍କ  ତତ୍ତ୍ଵାବଧାନରେ ସ୍ୱାସ୍ଥ୍ୟର ତଦାରଖ କରନ୍ତି ଏବଂ ଏହାର ପରିଚାଳନାରେ ପାରଙ୍ଗମ ଅଟନ୍ତି ।

ଆବଶ୍ୟକ ଦକ୍ଷତା :
  • ଚାପ ପରିଚାଳନା ବା ନିୟନ୍ତ୍ରଣ/ ଅତ୍ୟଧିକ ଚାପରେ ମଧ୍ୟ ଶାନ୍ତ ରହିବା
  • ସୃଜନଶୀଳ ସମସ୍ୟା ସମାଧାନ
  •  ଆତ୍ମ-ଶୃଙ୍ଖଳା
  • ସମୟ ପରିଚାଳନା
  •  ଯୋଗାଯୋଗ ଦକ୍ଷତା
  •  ସମାନୁଭୂତି
ସଫଳତାର କାହାଣୀ

ଶାନ୍ତି ଟେରେସା ଲାକ୍ରା

ଶାନ୍ତି ଟେରେସା ଲାକ୍ରା ଜଣେ ନର୍ସ ଏବଂ ସ୍ୱାସ୍ଥ୍ୟସେବା ପେସାଦାର, ଯିଏ କି ୧ ମଇ ୧୯୭୨ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ମଧ୍ୟ-ଆଣ୍ଡାମାନର ରଙ୍ଗାଟ ନାମକ ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ନର୍ସିଂରେ ପାଠପଢ଼ା ଶେଷ କରିବା ପରେ, ସେ ୨୦୦୧ ମସିହାରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟରେ ଜଣେ ସହାୟକ ନର୍ସ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । 2004 ର ସୁନାମି ପରେ, ସେ  ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଓଙ୍ଗେ ଜନଜାତିର ସେବା କରି ଖୁବ ଲୋକ ପ୍ରିୟ ହୋଇଥିଲେ । 2011 ମସିହାରେ ଭାରତ ସରକାର ଲାକ୍ରାଙ୍କୁ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ରେ ସମ୍ମାନିତ କରିଥିଲେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ